ଜନ୍ମଭୂମି

କାହାକୁ ମୋର ଜନ୍ମଭୂମି ବୋଲି କହିବି- ଏହି ବିଶାଳ ପୃଥିବୀ, ବିଶାଳ ଏସିଆ ମହାଦେଶ , ବିଶାଳ ଭାରତ ବର୍ଷ , ଓଡିଶା ଦେଶ ବା ମୋର ଜନ୍ମସ୍ଥାନ ପଲ୍ଲୀଗ୍ରାମ ?ଏମାନଙ୍କ ମଧ୍ୟରୁ କେହି କାହାରୀଠାରୁ ବିଛିନ୍ନ ହୋଇନଥିବାରୁ ବ୍ୟାପକ ଅର୍ଥରେ ଏ ସମସ୍ଥ ମୋର ଜନ୍ମଭୂମି ହେଲେ ହେଁ ମାତୃଗର୍ଭରୁ ପଡି ଯେଉଁଠାରେ ପ୍ରଥମେ ଭୂମି ସ୍ପର୍ଶ କଲି – ଯେଉଁଠାରେ ରୂପ ,ରସ , ଗନ୍ଧ ,ସ୍ପର୍ଶର ପ୍ରଥମ ପରିଚୟ ପାଇଲି- ବିଷମ ବିପାକ ବେଳେ ଯେ ଅଞ୍ଚଳ ଫଳ ,ପୁଷ୍ପ, ଶାକ ,ତଣ୍ଡୁଳ ଢ଼ାଲିଦେଇ ଶିଶୁ ପ୍ରାଣକୁ ପରିପୁଷ୍ଟ କଲା , ସେହି ମୋର ଜନ୍ମଭୂମି;ସେହି ମୋର ମାତା ,ଧାତ୍ରୀ ଓ ଶିକ୍ଷୟତ୍ରୀ |ଅୟୁସୁର୍ଯ୍ୟ ଯେତେ ବେଶୀ ଘନିଷ୍ଠ ହେବାର କଥା କିନ୍ତୁ ଏ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ ଯେପରି କି ଲୀନ ହେବାକୁ ବସିଛି |ସମୟ ସ୍ରୋତରେ ହିଁସହାୟା ଶୁଷ୍କ ତୃଣ ପରି ମୁ ଭାସି ଚାଲିଛି | ମୋର ଜନ୍ମଭୂମିକୁ ଫେରିଯିବା ପାଇଁ ମୋର ନୈତିକ ସାହସ ନାହିଁ |ଏହା ଭିତରେ ମୋର ପୁନରମାଜାନମ ଘଟିଯାଇଛି |ଆଜି ମୁ ତାର ରୁପକୁ ଜାତିସ୍ମର ପରି ଖାଲି ସ୍ମରଣ କରେ | ରାଶି ରାଶି ଶାଳତାରୁ ମଧ୍ୟରେ ତଟିନୀ ବେଷ୍ଟିତା  ଭଞ୍ଜ କୀର୍ତ୍ତି-କୀରିତିନୀ ମୋର ଜନ୍ମଭୂମି ମୋର ଆଖି ଆଗରେ ଭାସିଯାଏ ;କିନ୍ତୁ ତାର କୋଳକୁ ଫେରିଯିବା ପାଇଁ ମୋର ସାହସ ହୁଏ ନାହିଁ |

ବହୁ ବାଦ-ବିଶ୍ୱମ୍ବଦ ସତ୍ୱେ ପାଲଲେଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ ଗୋଟାଏ ଏକାପରିବାରତ୍ୱର ପରମ୍ପରା ଗଢି ଉଠିଥାଏ |

କେହି ଭାଇ, କେହି ଭଉଣୀ ,କେହି କାକା, କେହି ଖୁଡୀ ଇତ୍ୟାଦି ଭାବରେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି |ମୋ ଜନ୍ମଭୂମି ସହିତ ଏ ମଧୁର ସମ୍ଭନ୍ଧ ମୋର ଆଉ ନାହିଁ |ଗ୍ରାମାତିଯାକର ଭାଇଭଉଣୀ ,କକାଖୁଡୀ ,ମାମୁମ୍ୱାଇ ,ମଉସାମାଉସି ଇତ୍ୟାଦି ସବୁ ପରା ହୋଇଗଲେଣି |ଚେଷ୍ଟାକଲେ ମଧ୍ୟ ଏ ମଧୁର ସମ୍ଭନ୍ଧ ଆଉ ଫେରି ପାଇବା ସମ୍ଭବ ନୁହେଁ |ଗ୍ରାମମୁଣ୍ଡରେ  ସାର ମାଉସୀ ତା’ର ଛୋଟ ପିଣ୍ଡାଟିରେ ବହୁ ବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛି ,ଆଜି ମଧ୍ୟ ବସିଥାଏ | ଆଗେ ଦେଖିବା ମାତ୍ରେ ପଚାରୁଥିଲା , “କେବେ ଆସିଲୁ ବାପା ?” ଆଜିକାଲି କିନ୍ତୁ କହେ -” କେବେ ଆସିଲା ବାବୁ ?” ଗ୍ରାମର ମଝିରେ ଗୋବିନ୍ଦ ଭାଇର କ୍ଷୁଦ୍ର କୁଟିର | ଆଜୀବନ ଅକର୍ମା ଓ ଅବିବାହିତ ରହି ସେ ତାର କ୍ଷୁଦ୍ର କୁଟିରକୁ ଦୁର୍ଗା କରି ସମଗ୍ର ବିଶ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରିଆସିଛି |ଆଗେ ଦେଖା ହେଲେ ବହୁ ମାନ ସହିତ ସେ ମୋତେ ତାର କୁଟିରରେ ବସାଇ ମନବୋଧ ଚଉତିଶା ବ୍ୟାଖ୍ୟା କରୁଥିଲା |ଆଜି ମୁଁ ଶତଚେଷ୍ଟା କଲେ ମଧ୍ୟ ତାର ପୂର୍ବ ପ୍ରତ୍ୟୟ ଆଉ ଫେରିପାଏ ନାହିଁ |ଗ୍ରାମାତିଯାକ ନବାଗତା ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି |ଯେଉଁ ଆଡକୁ ଚାହିଁଲେ ଶୀର୍ଣ୍ଣ ,ମଳିନ ,ଉଲଗ୍ନ ,କୃଶୋଦର , ଲମ୍ବୋଦର ,ଅବାଂଛିତ ,ଅବହେଳିତ ଶିଶୁମାନଙ୍କ ସମାବେଶ ଦେଖାଯାଏ |ଏମାନଙ୍କ ମଧ୍ୟରୁ କେହି ସୁଦ୍ଧା ମୋତେ ଜାଣନ୍ତି ନାହିଁ |କେବେ କେବେ ଦେଖାହେଲେ ଆଫ୍ରିକାରୁ ନବାଗତା ଜେବ୍ରା ବା ଜିରାଫକୁ ଚାହିଁ ରହିଲା ପରି ସେମାନେ ମୋଟର ଖାଲି ଚାହିଁ ରହନ୍ତି | ଗ୍ରାମବାସୀମାନଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ନବଯୁବକମାନେ ଚାକିରୀ ନ ପାଇ ଜନ୍ମଭୂମି ଛାଡି ନାହାନ୍ତି ,ସେମାନେ ରାଜନୀତିର ଆଶ୍ରୟ ନେଇଅଛନ୍ତି |ଏମାନଙ୍କ ମଧ୍ୟରୁ କେହି କଂଗ୍ରେସୀ ,କେହି ଗଣତନ୍ତ୍ରୀ, କେହି କମ୍ୟୁନିଷ୍ଟ ଓ କେହି ଷୋସିଆଲିଷ୍ଟ | ଯଦି କେହି ଏହି ରାଜନୈତିକ ମତବାଦ ମଧ୍ୟରୁ କୌଣସିଟିର ଅନ୍ତର୍ଭୁକ୍ତ ନୁହେଁ , ତାହାହେଲେ ସେ ଏମାନଙ୍କ ମଧ୍ୟରେ ସୁଦ୍ଧା ଅନ୍ତର୍ଭୁକ୍ତ ନୁହେଁ |ଅନ୍ୟ କଥା ଦୂରେ ତହସଉ , ଏମାନଙ୍କ ସହିତ ପାଲଲେପ୍ରକୃତିର ଶୋଭା ଉପଭୋଗ କରିବା କିମ୍ବା ସାହିତ୍ୟ ଚର୍ଚ୍ଚା ଲକରିବା ମଧ୍ୟ ସମ୍ଭବ ନୁହେଁ |ରାଜନୈତିକ ମତବାଦ ଅନୁସାରେ ଏମାନଙ୍କ ମାନସିକ ପରିଵେତ୍ତାନ ମଧ୍ୟ ଘଟିଯାଇଛି |ଏମାନେ ପୁଷ୍ପିତ ପଳାଶ  ବନରେ ଦେଖନ୍ତି ବିଦ୍ରୋହର ବାହିଁ ,ସ୍ଥଳପଦ୍ମରେ ଦେଖନ୍ତି ଆହବାର ରକ୍ତ ଓ ଅନତା କୃଷ୍ଣଚୁଡାରେ ଦେଖନ୍ତି ଅନାଗତ ଯୁଗର ରକ୍ତକେତେନ ! ଏଣୁ ଏମାନଙ୍କ ମାନ ସହିତ ଗତି କରି ଚାଲିବ ସମ୍ଭବ ହୁଏ ନାହିଁ |     

ଏହି ସବୁ କାରଣରୁ ବହୁପାଲ୍ଲୀ-ଜନନୀ ଆଜି ସେମାନଙ୍କର ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି ||ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ, ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କୁ ସମ୍ଭନ୍ଧରେ ପଲଲିଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲେ |ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା ମାତାଙ୍କ ଆଶା ଭାରସର ସ୍ଥଳ ହୋଇ ,ଗ୍ରାମ ବୃଦ୍ଧାମାନଙ୍କ ପ୍ରଶଂସାରେ ଦୃଷ୍ଟାନ୍ତ ହୋଇ ଗ୍ରାମ ଭୂମି ମଣ୍ଡନ କରିଥାନ୍ତି | କିନ୍ତୁ ସମୟ ଆସେ , ଯେତେବେଳେ  କି ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାର ସୁଦ୍ଧା ସୁବିଧା ପାଆନ୍ତି ନାହିଁ |   କୃଷ୍ଣ ତିନି ଦିନକୁ କଣ୍ଟ କରି ମଥୁରାକୁ ଚିରଦିନ ପାଇଁ ଚାଲିଗଲା ପରି ସେମାନେ ସବୁଦିନ ପାଇଁ ଗ୍ରମଭୂମୀ ଛାଡି ଚାଲିଆସନ୍ତି | କିନ୍ତୁ କେହି ଭାବନ୍ତି ନାହିଁ ଯେ , ଏହି ଅନୈତିକତା ବା ବିଶ୍ୱାସଘାତକତାରୁ କୃଷ୍ଣଙ୍କ ପରି ମହାପୁରୁଷ ସୁଦ୍ଧା ପାର ପାଇ ନ ଥିଲେ |ନନ୍ଦ, ଯୋଷାଦ ଓ ଗୋପୀ-ଗୋପାଳଙ୍କ ଅସୀମ ସ୍ନେହରେ ପରିପାଲିତ ହୋଇ ଶେଷବେଳକୁ ପ୍ରବଞ୍ଚନା କରି କୃଷ୍ଣ ଗୋପପୁର  ଛାଡି ଆସିଲେ |ନନ୍ଦ, ଯୋସାଦନ୍କ ଚକ୍ଷୁ ଆଂଧୀଭୁତ ହୋଇଗଲା, ପ୍ରେମମୟୀ ରାଧା ଶଶିକଳା ପରି ଦୀନା ଓ କ୍ଷୀଣ ହୋଇଗଲେ; କିନ୍ତୁ କୃଷ୍ଣ ଆଉ ଫେରିଲେ ନାହିଁ |ମହାଭାରତର ମହାସମାରକୁ ଆଙ୍ଗୁଳି ନିର୍ଦ୍ଦେଶରେ ଚଳାଇ ;ମାଥୁରଠାରୁ ଦ୍ଵାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରି ,ସେ ବିପୁଳ ରାଜ୍ୟ ,ଅପରିସୀମ ବିଭବ,ଅଭରଙ୍କସ ପ୍ରାସାଦ ଅଷ୍ଟପାଟବଂଶୀ ଓ ଅଗଣିତ ପୁତ୍ରକନ୍ୟାରା ଅଧିକାରୀ ହୋଇ ଦ୍ୱାରକାରେ ବସିଗଲେ | କିନ୍ତୁ ପରିଣାମ କଅଣ ଭଲ ହେଲା ? କୃଷ୍ଣଙ୍କର ଅଭରଙ୍କସ ପ୍ରାସାଦ ଅତଳ ଜଳଧି ତାଳରେ ନିମଗ୍ନ ହୋଇଗଲା ,ଆଉ ତାଙ୍କ ନବସଂସାରର ମଦ୍ୟପ ବନସଗାଷ୍ଠୀ ଓ ସାଙ୍ଗସାଥି ମଧ୍ୟ ପ୍ରଭାସତୀର୍ଥର ଏରକାର ବଣରେ ପରସ୍ପରକୁ ହାଣି ଧ୍ୱଂସ ହୋଇଗଲେ ! ରାଜ୍ୟହୀନ ,ଗୃହହୀନ ,ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଶେଷବେଳକୁ ମହାଭାରତର କର୍ଣ୍ଣଧାର ନିବିଡ ଅରଣ୍ୟର ଲତିକା-ଦୋଳାରେ ଅବଶ ଅଙ୍ଗକୁ ଢଳିଦେଲେ |କିନ୍ତୁ ଶେଷରେ ସୁଦ୍ଧା ଶାନ୍ତିରେ ରହିପାରିଲେ ନାହିଁ |ଅଳ୍ପକ୍ଷଣ ପରେ ତାଙ୍କର ଦୋଳାୟମାନ ପଦ-ପଲ୍ଲବରେ ଅଭିଶାପ ପରି ନିଷ୍ଠୁର ଲୌହ-ଶରଟିଏ ଆସି ପଡିଲା |ଏହା ମଧ୍ୟ ତାଙ୍କ କୃତକର୍ମର ପରିଣାମ |ଯେଉଁ ପାଦ ଗୋପପୁରରେ ଗୋ-ଚାରଣ ଦ୍ୱାରା   ଚର୍ମପାଦୁକା ପରି କଠିନ ହୋଇଥିଲା ,ତାହା ଦ୍ୱାରକାର ରାଜଭୋଗରେ ନବପଲ୍ଲବ ପରି ରକ୍ତାଭ ହୋଇ ପଡିଲା |ଏଣୁ ନିର୍ବୋଧ ବ୍ୟାଧ ମନରେ ଯେ ତାହା ହରିଣ କର୍ଣ୍ଣର ଭ୍ରମ ଆଣିଦେବ , ଏଥିରେ ବିଚିତ୍ରତା ବା କଅଣ ଥିଲା ?

ଏହି ପୁରାତନୀ ଗାଥାର ସତ୍ୟ ରହିଛି |ଏଣୁ ବହୁ ଶତାବ୍ଦୀର ବିସ୍ମୃତି ଭେଦ କରି ତାହା ଅଝି ଆମ୍ଭମାନଙ୍କ ପାଖରେ ପହଂଚିପାରିଛି | କୃଷ୍ଣଙ୍କ ନାବରାଜ୍ୟର ଅଭରଙ୍କସ ପ୍ରାସାଦ ଆଉ ନାହିଁ; କିନ୍ତୁ ତାଙ୍କ ମାତୃଭୁମିର ଗୋପ, ବୃନ୍ଦାବନ, ଯମୁନା , ଗୋପୀ,ଗୋପାଳ ଇତ୍ୟାଦି ସବୁ ପୂର୍ବପରି ରହିଛନ୍ତି |ପୂର୍ବ ପରି ଆଜି ମଧ୍ୟ ଯମୁନା ବହିଚାଲିଛି ,ବୃନ୍ଦାବନର ପୁଷ୍ପିତ କଦମ୍ବରେ ଆଜି ମଧ୍ୟ ଦୂର ବଁସୀସ୍ୱନାରେ  ଅନୂଢ଼ା ଗପାକଣୟର ମନ ଅହେତୁକ ଓ ଅଣହୁତ ବ୍ୟଥାରେ ଭାରାକ୍ରାନ୍ତ ହୋଇଉଠେ |କୃଷ୍ଣଙ୍କର ଏହି ଅମର ଗାଥାରୁ ବହୁ କଥା ଶିଖିବାର ଅଛି |ଏହା ସତ୍ୟ ଯେ, ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ ପାଶ୍ଚାତ୍ୟ ଶିକ୍ଷାପଦ୍ଧତିକୁ ଥୋଇ ଦିଆଯାଇଛି | ଏଣୁ ପାଶ୍ଚାତ୍ୟ ଶିକ୍ଷାର  ଶିକ୍ଷିତମାନେ ଯେ ପାଶ୍ଚାତ୍ୟ ଜୀବନଧାରଣର ମାନ ଅନୁସରଣ କରିବେ, ଏହା ନିଶ୍ଚିତ କଥା |ତଥାପି ବହୁ ସହସ୍ର ଶିକ୍ଷିତ ମଧ୍ୟରୁ ଯେଉଁମାନେ  ସେମାନଙ୍କ ମହାନୁଭବତାର ପରିଧିକୁ ପଲଲିଗ୍ରାମରୁ ପ୍ରଥମେ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟାପ୍ତ କରିପାରିଛନ୍ତି , ସେହିମାନେ ହିଁ ଆମ୍ଭମାନଙ୍କ ନମସ୍ୟ |କିନ୍ତୁ ଏହି ସ୍ୱାଭାବିକ ପନ୍ଥା ଛାଡି ଯେଉଁମାନେ ଗ୍ରୀସୀୟ ଦେବତା ଏତଲାସପରି ସମସ୍ତ ବିଶ୍ୱର ଭରା ବହନ କରିଛନ୍ତି ବୋଲି କୁବ୍ଜା ହୋଇ ଚାଲନ୍ତି, ସେମାନେ ଖାଲି ପ୍ରବଞ୍ଚନା କରିଥାନ୍ତି |ଯେ ଭଲ ଗ୍ରାମବାସୀ ନୁହେଁ; ସେ ଭଲ ଓଡ଼ିଶାବାସୀ ନୁହେଁ; ଯେ ଭଲ ଓଡିଶାବସି  ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ୱବାସୀ ହୋଇ ନ ପାରେ | ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାର ସମସ୍ତ ନିଗଡ଼ ଛିନ୍ନ କରି ସେମାନଙ୍କ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରି ସମଗ୍ର ଓଡିଶା ଓ ଭାରତବର୍ଷକୁ ବ୍ୟାପ୍ତ କରିପାରନ୍ତି, ସେମାନେ ଆମ୍ଭମାନଙ୍କ ନମସ୍ୟ ହୁଅନ୍ତି |   

Scroll to Top