ସଭ୍ୟତା ଓ ବିଜ୍ଞାନ

ମାନବ ଯେଉଁ ବୈଷୟିକ, ଶାରୀରିକ , ମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ , ତାହାକୁ ଆମ୍ଭେମାନେ ସଭ୍ୟତା ଆଖ୍ୟା ଦେଇଥାଉ । ବିଭିନ୍ନ ବିଭାଗର ବିଭିନ୍ନ ପରିମାଣର ଉନ୍ନତି ଅନୁସାରେ ସଭ୍ୟତା ନ୍ୟୁନତର ବା ଉଚ୍ଚତର ବୋଲି ନିରୂପିତ ହୋଇଥାଏ । ପ୍ରାଚୀନ ଆଦିମ ମାନବ କିମ୍ବା ଅଧୁନା ନିଗ୍ରୋ ବା ପାର୍ବତୀୟ ବନ୍ୟ ଜାତିମାନଙ୍କ ସହିତ ଆମ୍ଭମାନଙ୍କୁ ତୁଳନା କଲେ ଆମ୍ଭେମାନେ ଦେଖି ପାରିବା ଯେ , ସଭ୍ୟତାର ଅର୍ଥ କଣ ଓ ତା‘ର ମୂଲ୍ୟ କେତେ ? ବିଭିନ୍ନ କାଳରେ ଓ ବିଭିନ୍ନ ଯୁଗରେ ବିଭିନ୍ନ ଜାତିମାନଙ୍କର ଏହି ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିଲା । ଆମ୍ଭେମାନେ ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାରେ ଦେଖିବାକୁ ପାଉଁ ଯେ , ଯାବତୀୟ ବୈଷୟିକ ଉନ୍ନତି ସେମାନଙ୍କ ସଭ୍ୟତାର ଆଦର୍ଶରୂପେ ପରିଗଣିତ ହେଉଥିଲା । ଭୋଗ ଥିଲା ତାଙ୍କ ସଭ୍ୟତାର ଆଦର୍ଶ । ପ୍ରାଚୀନ ମିଶରୀୟ ସଭ୍ୟତା ମଧ୍ୟ ସେହି ଭାବରେ ଅନୁପ୍ରାଣିତ । ମାତ୍ର ଭାରତୀୟ ସଭ୍ୟତା ଥିଲା ଅନ୍ୟ ପ୍ରକାର । ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥିଲେ । ତଥାପି ବୈଷୟିକ ଉନ୍ନତି ସେହି ତ୍ୟାଗ ଧର୍ମ ଦେଇ ସମ୍ଭବ ହୋଇଥିଲା । ବିଷୟ ଜଞ୍ଜାଲ୍ପରିବେଷ୍ଟିତ ଗୃହସ୍ଥ ଯାବତୀୟ ପାରିପାର୍ଶ୍ବିକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନ ଥିଲା । ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜଟିଥ ଜାତି ଠାରୁ ତା ‘ ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ । ପ୍ରାଚୀନ ଗ୍ରୀସ ଲି ରୋମ ସଭ୍ୟତାର ବୈଷୟିକ ଉନ୍ନତିର ନିଦର୍ଶନ ଯାହା ଆମେ ପାଆଉଁ, ତାହା ଇଚ୍ଛାକୃତ , ମାତ୍ର ଭାରତର ବୈଷୟିକ ଉନ୍ନତିର ନିଦର୍ଶନ, ଯାହା ରୋମୀୟ ଓ ଗ୍ରୀଷୀୟ ନିଦର୍ଶନ ମାନଙ୍କଠାରୁ କୌଣସି ଅଂଶରେ ନ୍ୟୁନତାର ନୁହେଁ – ତାହାର ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନୁହେଁ ,ତାହା ତ୍ୟାଗମର୍ଗର ଏକତମ ସ୍ଵତଃସମ୍ଭୂତ ଫଳ ମାତ୍ର । ଭାରତର ବୈଶିଷ୍ଟ୍ୟ ତା ,’ ର ଆଧ୍ୟାତ୍ମିକତା ।

     ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଯାହା ହେଉ ନ କାହିଁକି, ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ ହେଉଛି, ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ସହିତ ବିଶ୍ଵ ମାନବିକତାର ପ୍ରତିଷ୍ଠାନ ଓ ବିରାଟ ସୃଷ୍ଟି ରହସ୍ୟର ଉଦ୍ଘାଟନ ଓ ସେମାନଙ୍କ ମୂଳରେ କେଉଁ ମହାଶକ୍ତି ନିହିତ ଅଛି ଓ ତାହା କଣ, ଏହାର ନିରୂପଣ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ ବିଭିନ୍ନ କାଳରେ ବିଭିନ୍ନ ଜାତି ଏହାର ଅଂଶବିଶେଷକୁ ସଭ୍ୟତାର ଆଦର୍ଶ ଧରି ନେଉଥିଲେ ପୁଣି କୌଣସି କୌଣସି ଜାତି ଏମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶକୁ ନିଜ ସଭ୍ୟତାର ଆଦର୍ଶ ଅଙ୍ଗଭୁ କ୍ତ କରିଥିଲେ ହେଁ ସେମାନଙ୍କର ସାଧନକୁ ସେମାନେ ଭିନ୍ନ ପଥ ଦେଇ ନିରୂପଣ କରିବାକୁ ଯାଇଥିଲେ କେହି ଚିନ୍ତାରେ ନିରୁପିତ କରିବାକୁ ଚେଷ୍ଟିତ ଥିଲେ ଓ କେହି କାର୍ଯ୍ୟରେ ଚେଷ୍ଟିତ ଥିଲେ ଏବଂ ଏମାନଙ୍କ ମଧ୍ୟରୁ କେତେକ ସେହି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିବା ର ପ୍ରକାଶ କରନ୍ତି ହିନ୍ଦୁମାନେ କହନ୍ତି , ସେମାନେ ଲକ୍ଷ୍ୟସ୍ଥଳ ପାଇଅଛନ୍ତିସେମାନଙ୍କର ବିଭିନ୍ନ ଦର୍ଶନ ଶାସ୍ତ୍ର ନିହିତ ପ୍ରଣାଳୀ ଦ୍ଵାରା ବିଶ୍ଵ ବିରାଟ ଶକ୍ତି କଣ ତାହା ମାନବ ନିରୂପଣ କରିପାରେ, ସେହି ପଥରେ ଗଲେ ପ୍ରଥମରେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନ ହେଲେହେଁ , ଲକ୍ଷ୍ୟସ୍ଥଳ ରେ ଉପସ୍ଥିତ ହେଲା ପରେ ସମସ୍ତ ସ୍ପଷ୍ଟ ପ୍ରତିଭାତ ହେବା ଏହାର ସାଧନ ପାଇଁ ଶାରୀରିକ , ମାନସିକ ଉନ୍ନତି ସର୍ବାଦୌ କରଣୀୟ ଏହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହୁଏ ଏହାର ମୂଳରେ କଠୋର ସାଧନା ଦରକାର ସେମାନଙ୍କ ମତରେ ସେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିଥିଲେ ହେଁ ତାହାର ବିଲୋପ ସାଧନ କଲେ ସଭ୍ୟୋତର ଜାତି ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ ବାହାରୁ କେହି ହସ୍ତକ୍ଷେପ କରିପାରି ନ ଥିଲେ, ତାହା ସେପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଥିଲା ଅନ୍ୟ ଯାତମାନେ ମଧ୍ୟ ସେହିପରି ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ଚେଷ୍ଟିତ ଅଛନ୍ତି ମାତ୍ର ଆମ୍ଭେମାନେ ବର୍ତ୍ତମାନ ଏପରି ଏକ ପରିସ୍ଥିତିରେ ଉପସ୍ଥିତ ହୋଇଅଛି ଯେ , କାର୍ଯ୍ୟରେ ସେହି ସବୁ ସାଧନ କରି ତାହାର ଯଥାର୍ଥ ପ୍ରତିପାଦନ କରିବା ଅସମ୍ଭବ ହୋଇପଡିଛି; ତେଣୁ ସେହି ସବୁ ସଭ୍ୟତା ପ୍ରଦର୍ଶିତ ପଥ ବିଷୟରେ ଆମ୍ଭମାନଙ୍କର ମତ ଯଥାଯଥ ଭାବରେ ଦିଆଯାଇ ନ ପାରେ

ବର୍ତ୍ତମାନ ଆଧୁନିକ ସଭ୍ୟତା ବିଷୟ ଆଲୋଚନା କରାଯାଉ ଏହାର ଲକ୍ଷ୍ୟ ଆମ୍ଭେମାନେ ପୂର୍ବେ କହିଥାଇଁ, ବର୍ତ୍ତମାନ ଏହାର ପଥ କଣ ଦେଖାଯାଉ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଆମ୍ଭମାନଙ୍କର ଆଦର୍ଶର ଉଚ୍ଚତମ ସୋପାନରେ ପହଞ୍ଚି ପରିନା ହୁଁସେ ପଥରେ କେତେ ବାଟ ଯେ ଆସିଛୁ , ତାହା କିଛି ମାତ୍ର ନୀରୁପିତ ହୋଇପାରେ ଅନ୍ୟାନ୍ୟ ସଭ୍ୟତମନଙ୍କ ପରି ଏହାର ଲକ୍ଷ୍ୟ ସ୍ଥଳରେ ଉପସ୍ଥିତ ହେବାକୁ ବହୁ ସମୟ ଦରକାର ବୋଲି ଅନୁମାନ କରାଯାଉଛି ଏହାର ଶେଷ ଫଳ କଣ ହେବ , ତାହା ଭବିଷ୍ୟତ ଗର୍ଭରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳ ରେ ପହଞ୍ଚିବାକୁ ଆମ୍ଭେମାନେ ବିଜ୍ଞାନକୁ ହିଁ ଅବଲମ୍ବନ କରିଥାଇଁ

ତେବେ ବିଜ୍ଞାନ ଆମ୍ଭମାନଙ୍କର ଅବଲମ୍ବନ ଥିବା ସ୍ଥଳେ ତାହା କଣ ଓ ତତ୍ ସାହାଯ୍ୟରେ ଆମ୍ଭେମାନେ କିପରି ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପରିବା , ତାହା ଜାଣିବାପାଇଁ ଆମ୍ଭମାନଙ୍କର ଚେଷ୍ଟା ଅନବରତ ଲାଗି ରହିଛି ବିଜ୍ଞାନକୁ ବ୍ୟାପକ ଅର୍ଥରେ ବ୍ୟବହାର କଲେ ଆମ୍ଭେମାନେ ଜାଣୁ ଯେ କୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କହିଥାନ୍ତି ମାତ୍ର ସାଧାରଣତଃ ଜଡ ଓ ଜୀବନ୍ତ ବିଷୟରେ ସୁସମ୍ଭନ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନକୁ ବିଜ୍ଞାନର ରୂପେ ବ୍ୟବହାର କରାଯାଏ ଏଣୁ ସାଧାରଣ ବ୍ୟବହୃତ ଅର୍ଥ ଯାହା , ବ୍ୟାପକ ଅର୍ଥେ ମଧ୍ୟ ତାହାହିଁ ବୁଝାଇଥାଏ, କାହିଁକି ନା ଜଡ ଓ ଜୀବନ୍ତ ବିଷୟ କହିଲେ ବିଶ୍ୱବ୍ରହ୍ମଣ୍ଡର ସକଳ ପଦାର୍ଥକୁ ତନ୍ମଧ୍ୟରେ ଏକତ୍ର କରାଗଲା ଏଣୁ ଏମାନଙ୍କର  ବିଭିନ୍ନ ବିଭାବ ବିଷୟରେ ଜ୍ଞାନ ଲାଭ ହେବା ତାହା ସୁତରାଂ ଆମ୍ଭମାନଙ୍କର କଳବିଦ୍ୟା , ଦର୍ଶନ , ମନଃସ୍ତତ, ଇତିହାସ ପ୍ରଭୃତି ଯାହାକୁ ସାଧାରଣ ଲୋକେ ବିଜ୍ଞାନ ବୋଲି ଭାବି ନ ଥାଆନ୍ତି , ସେ ପ୍ରତ୍ୟେକ ବିଜ୍ଞାନର ଅନ୍ତର୍ଗତ

 ଆମ୍ଭେମାନେ ଏହି ବିଜ୍ଞାନ ବଳରେ ଆମ୍ଭମାନଙ୍କର ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବା ପାଇଁ ଉଦ୍ଯୋଗ ଲଗାଇଥାଇଁ ଜଡ଼ ବିଜ୍ଞାନ ମୂଳରେ ଆମ୍ଭମାନଙ୍କର ଗଣିତ ଶାସ୍ତ୍ର ନିହିତ ତାହାରି ବଳରେ ଜଟୀଳତମ ସମସ୍ୟମାନ ଅନାୟସରେ ସାଧିତ ହୋଇ ପାରୁଅଛି  ଜଡ଼ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ – ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଏହି ଦୁଇ ବିଜ୍ଞାନ ମଧ୍ୟ ନାନା ବିଭାଗ ଓ ଉପବୋଭାଗମାନଙ୍କରେ ବିଭକ୍ତ  ପଦାର୍ଥ ବିଜ୍ଞାନ ଆଲୋକ, ଉତ୍ତାପ, ବିଦ୍ୟୁତ୍, ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ଵ ଅନୁସନ୍ଧାନର ବିଭାଗମନଙ୍କରେ ବିଭକ୍ତ ହୋଇଅଛି ରସାୟନ ମଧ୍ୟ ସେହିପରି ବିଭିନ୍ନ ବିଭାଗରେ ବିଭକ୍ତ ଏହି ଜଦବିଜ୍ଞାନବଳରେ ଜଡପଦର୍ଥର ଘାତ, ପ୍ରତିଘାତ,କ୍ରିୟା ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟ ଆଲୋଚନା କରି ଆମ୍ଭମାନଙ୍କ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରିଥାଇଁ ସେହି ଜ୍ଞାନବଳରେ ପ୍ରକୃତିର ସଂଘଟିତ ଯାବତୀୟ କ୍ରୀୟଗୁଡ଼ିକ ହୃଦୟଙ୍ଗମ କରିପାରୁଥା ଇଁ ଆମ୍ଭମାନଙ୍କର ସୌରଜଗତ ପାରି ଆଉ ଯେ  କେତେ ବିରାଟ ଜଗତ ଅଛି ଓ ବିଭିନ୍ନ ଗ୍ରହ ,ତାରା, ଉପଗ୍ରହ କିପରି ନିୟନ୍ତ୍ରିତ ହେଉଅଛନ୍ତି ଓ ସେଗୁଡ଼ିକର ଶକ୍ତିର ବିକାଶ ଓ କର୍ଯ୍ୟପ୍ରଣାଲୀ କିପରି ତାହା ଆମ୍ଭେମାନେ ଜାନିପରିଥାଇଁ ଏହି ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ଜାନିପାରୁଥାଇଁ  ଯେ , ଶକ୍ତି ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ଭନ୍ଧ ସ୍ଥାପନ କରିବାରେ କ୍ଷଣ ହୋଇଅଛି ତାହା ଛଡା ଆମ୍ଭେମାନେ ବୈଷୟିକ ଉନ୍ନତିର ଏତେ ଅଗ୍ରସର ହୋଇଥାଇଁ ଯେ , ପୂର୍ବବର୍ତ୍ତୀ ମାନବ ତାହା ସ୍ବପ୍ନରେ ସୁଦ୍ଧା ଭାବିଥିଲେ କି ନାହିଁ, ସନ୍ଦେହ ଆମ୍ଭେମାନେ ଆଜି ଏହି ଜଡ଼ ବିଜ୍ଞାନ ବଳରେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହୋରଣ କରିପାରିଛି ରେଳ, ମଟର, ଉଡାଜାହାଜ, ଟେଲିଭିଜନ, ଟେଲିଫୋନ ପ୍ରଭୃତି ବିବିଧ ଉପକରଣ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ ଯଥେଷ୍ଟ କ୍ଷମା ହୋଇଅଛି ବିରାଟ ସାଗର ଆଜି durlanghya ହୋଇନାହିଁ, କି  ତୁଙ୍ଗହିମାଳୟ ଦୁରୁହ ହୋଇବ୍ରହିନାହିଁ E ସବୁର ମୂଳରେ ଏହି ଜଦବିଜ୍ଞାନର ଅନୁଶୀଳନ ଓ ଚର୍ଚ୍ଚାର ଫଳ ବିଦ୍ୟମାନ

     ଜଦବିଜ୍ଞାନନ୍ ଓ ଜୀବବିଜ୍ଞାନର ସଂଯୋଗ ନାନା ବିଭାଗ ସୃଷ୍ଟି ହୋଇ ଅଶେଷ କଲ୍ୟାଣ ସାଧନ କରି ପାରିଛି ଜୀବବିଜ୍ଞାନ ବିଷୟ ଦେଖାଯାଉ – ଜୀବବିଜ୍ଞା ନ ଦୁଇ ଭାଗରେ ବିଭକ୍ତ , ପ୍ରାଣୀ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ଏମାନଙ୍କ ଚର୍ଚ୍ଛାରୁ ପ୍ରାଣୀର ବିଭିନ୍ନ ଗଠନ,ପ୍ରକ୍ରିୟା ଓ କେଉଁ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ହୋଇଅଛନ୍ତି, ତାହାର ସନ୍ଧାନ ମିଳିଥାଏ ବିଭିନ୍ନ ପ୍ରଣାଳୀ ବିଶ୍ଳେଷଣ ଓ ସଂଶ୍ଳେଷଣ ବଳରେ ଜୀବନ୍ତ ବସ୍ତୁର ବିଭିନ୍ନ ସମସ୍ୟା ନିରୁପିତ ହେବାର ଉଦଯୋଗ ଚାଲିଛି ବର୍ତ୍ତମାନ ବୈଜ୍ଞାନିକମାନେ ଜୀବନ୍ତ ପଦାର୍ଥର ସୃଷ୍ଟି କରି ପାରି ନାହାଁନ୍ତି ଯେତେଦୂର ଗବେଷଣା ହୋଇପାରିଛି , ସେଥିରୁ ଅନେକ ଚିନ୍ତାଶୀଳ ମନିଶି ସ୍ତିର କରି ଅଛନ୍ତି ଯେ, ମାନବ ଦିନେ ଜୀବନ୍ତ ପଦାର୍ଥ ସୃଷ୍ଟି କରିବାରେ କ୍ଷମା ହୋଇ ପାରିବ ମାତ୍ର ତାହା ବହୁଦୂର ଭବିଷ୍ୟତରେ କି ନିକଟରେ ହେବ, ତାହା କହିବାର ପ୍ରୟାସ ଧୃଷ୍ଟତା ରୂପେ ପରିଗଣିତ ହେବ ଏହି କିବ ବିଜ୍ଞାନ ବଳରେ ଆମ୍ଭେ ମାନେ ଆଣବିକ ଜୀବନ୍ତ ପଦର୍ଥାଠାରୁ ଆରମ୍ଭ କରି ବିଶାଳକାୟ ହସ୍ତୀ, ତିମି  ଓ ବଟବୃକ୍ଷ ପର୍ଯ୍ୟନ୍ତ ସମସ୍ତ ବିଶ୍ଳେଷଣ କରି ବିଭିନ୍ନ ପ୍ରକ୍ରିୟା ଓ ସମସ୍ୟା ସାଧନାରେ ଅନେକ ପରିମାଣରେ ସଫଳମନୋରଥ ହୋଇ ପରିଥାଇଁ ଜଡ଼ ଓ ଜୀବେବିଜ୍ଞାନର ସମ୍ମିଶ୍ରଣ o ସହଯୋଗିତରୁ  ଆମ୍ଭେମାନେ ଶରୀର ତତ୍ତ୍ଵ , ଆୟୁର୍ବେଦ ( ଡାକ୍ତରୀ ) , ମନସ୍ତତ୍ତ୍ୱ, କୃଷି ବିଜ୍ଞାନ, ପୃଥିବୀ ତତ୍ତ୍ଵ, ଜ୍ୟୋତିଷ ପ୍ରଭୃତି ନାନାବିଧ ସସ୍ତ୍ରବଳରେ ଆମ୍ଭମାନଙ୍କ ଜ୍ଞାନର ସୀମା ବିସ୍ତୃତ କରି ପାରିଥାଇଁ ବିଭିନ୍ନ ବିଭାଗର ସାହାଯ୍ୟ ବଳରେ ଇଞ୍ଜିନିୟରିଂ ପ୍ରଭୃତିରେ ପରାକାଷ୍ଠା ଲାଭ କରିଥାଇ ଏମାନଙ୍କ ବଳରେ ଆମ୍ଭେମାନେ ବୈଷୟିକ , ମାନସିକ ଓ ଶାରିରୀକ ଉନ୍ନତି ବହୁ ପରିମାଣରେ କରି ପାରିଥାଇ ଏବଂ ବିଭିନ୍ନ ରୋଗ କବଳରୁ ମୁକ୍ତି ଲଭୁଥାଇଁ ।। ଅନେକାତ୍ର ଏହି ସବୁ ବିଭିନ୍ନ ବିଜ୍ଞାନ ଓ ଶିକ୍ଷାର ପ୍ରସାର ହୋଇପାରୁନାହିଁ ବିଶ୍ଵମାନବିକତର ବିକାଶ ଆଜିଯାଏଁ ହୋଇପାରି ନଥିବାରୁ ମାତ୍ର ଏହାଦ୍ବାରା ଯେ ଆମ୍ଭମାନଙ୍କର ଉନ୍ନତି ଅବଶ୍ୟମ୍ଭାବୀ, ସେଥିରେ ଅନୁମାତ୍ର ସନ୍ଦେହ କରିବାର ନାହିଁ

       ଜିବବିଜ୍ଞାନ ଆଲୋଚନାରେ ଆମ୍ଭେମାନେ ଦେଖୁଥାଇଁ ଯେ, ଜୀବନ୍ତ ଶରୀର କେବଳ ବିଭିନ୍ନ ଜଡ଼ ଉପାଦାନରେ ଗଠିତ ପୂର୍ବର ପଞ୍ଚଭୂତ ବର୍ତ୍ତମାନ ବିଶ୍ଳେଷଣ ପାଇ ଅଶେଷ ଉପାଦାନରେ ସମଷ୍ଟି ରୂପେ ନିରୂପିତ  ହୋଇଅଛି ଏହି ବିଭିନ୍ନ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ଜୀବନ୍ତକୁ ସମ୍ଭବ କରିଅଛି ଆମ୍ଭେମାନେ ଦେଖିଥାଇଁ , ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଏବଂ ବିଶେଷ ଉତ୍ତାପ ବାହାରେ ଏହି ଉତ୍ତାପ ଶକ୍ତିର ଏକ ଅବସ୍ଥା ମାତ୍ର ଆମ୍ଭେମାନେ ଚୂନ ଓ ଅଙ୍ଗାରକାମ୍ଳ ବାଷ୍ପ ଏକତ୍ର କରି ଗେଙ୍ଗୁଟି ପଥର ପ୍ରସ୍ତୁତ କଲେ ତହିଁରେ ଶକ୍ତି ସଂଯୋଗ ପ୍ରୟୋଜନ ବିଭିନ୍ନ ପଦାର୍ଥର ଶକ୍ତିର  ସଂଯୋଗ ବା ବିୟୋଗରେ ଆମ୍ଭେମାନେ ଦେଖୁଥାଇ ଯେ , ପଦର୍ଥଗୁଡ଼ିକ ବିଭିନ୍ନ ଅବସ୍ଥା ପ୍ରାପ୍ତ ହୋଇଥାଏ ସେହିପରି ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଜୀବନ୍ତ ଶକ୍ତିର ସଂଯୋଗ ହେଲେ ଜୀବନ୍ତ ପଦାର୍ଥ ସମ୍ଭବ ହୋଇଥାଏ ତେବେ ସେହି ଜୀବନ୍ତ ଶକ୍ତି ଜଡ଼ ମଧ୍ୟରେ ସଂଯୋଗ ବିୟୋଗ କରୁଥିବା ଶକ୍ତି କିମ୍ବା ତାହାଠାରୁ ସମ୍ପୂର୍ଣ୍ଣ ପୃଥକ୍ ତାହା ଏପର୍ଯ୍ୟନ୍ତ ସ୍ଥିରୀକୃତ ହୋଇନାହିଁ ସମ୍ଭବତଃ ସେହି ଜୀବନ ଶକ୍ତି ପ୍ରବହାମାନ ଶକ୍ତି ( kinetic energy ) ଏବଂ ପ୍ରଛନ୍ନ ଶକ୍ତି ( potential energy ) ଭଳି ଶକ୍ତିର ଏକଟମା ଅବସ୍ଥା କିମ୍ବା ପ୍ରବହମାନ ଶକ୍ତିର ଅନ୍ତର୍ଗତ ଆଲୋକ , ଉତ୍ତାପ ଯେପରି ପ୍ରବହାମାନା ଶକ୍ତିର ଏକ ଏକ ଅବସ୍ଥା , ସେହିପରି ଜୀବନ ଶକ୍ତି ପ୍ରବହାମାନ୍ ଶକ୍ତିର ଏକତମ ଅବସ୍ଥା ହୋଇପାରେ ତେବେ ସେ ଯାହା ହେଉ , ଜୀବନ ଏକ ଶକ୍ତିର ଅବସ୍ଥା ମାତ୍ର

       ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କହନ୍ତି ଯେ, ଏହି ସଭ୍ୟତା ମାନବର ଈଶ୍ୱରବିଶ୍ୱାସୀ କମାଇ ଦେଇ ତାହାକୁ ବିପଥ ଗାମୀ କରି ପକାଇଛି ସର୍ବତ୍ର ସଂଯୋମର ଅଭାବ ପରିଲକ୍ଷିତ ହେଉଅଛି ମାନବ ମାନବ ପ୍ରତି ସ୍ନେହ ସୌହର୍ଦ୍ୟ ନ ଦେଖାଇ ହିଂସା ଦ୍ଵେଷର ଚରମ ସୋପାନ ଦେଖାଇବାକୁ ଛାଡ଼ୁ ନାହାଁନ୍ତି । ବୈଜ୍ଞାନିକମାନେ ମଟମଟମକା ଗ୍ୟାସ ଓ ବିସ୍ଫୋରକର ଉଦ୍ଭାବନ କରି ମାନବକୁ ଧ୍ୱଂସ ପଥର ପାଠିକା କରୁଅଛନ୍ତି | ଅବଶ୍ୟ ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥବଳରେ ଧ୍ୱଂସ ସାଧିତ ହେଉଅଛି , ମାତ୍ର ତାହା ବିଜ୍ଞାନର ଦୋଷ ନୁହେଁ | ସାଧାରଣ ମାନବ ଯେତେବେଳେ ସଭ୍ୟତାର ଅର୍ଥ ବୁଝିବା , ସେତେବେଳେ ଯାଇ ଏହାର ଅବସାନ ହେବ | ବର୍ତ୍ତମାନ ଆମ୍ଭମାନଙ୍କ ବିଜ୍ଞାନର ଚରମ ଉନ୍ନତି ନ ହେବ ପର୍ଯ୍ୟନ୍ତ ଆମ୍ଭେମାନେ ସଭ୍ୟତା ବିଷୟରେ ଶେଷ ଉନ୍ନତିରେ ପହଂଚି ପାରିବୁ ନାହିଁ | ସେହି ଶେଷ ସୀମା ପର୍ଯ୍ୟନ୍ତ ଯେଉଁ ବ୍ୟତିକ୍ରମ ଗୁଡିକ ଦୃଷ୍ଟା ହେବ , ତାହା ସବୁ କାଳରେ , ସବୁ ଯୁଗରେ ହୋଇଥିଲା ଏବଂ ହେବ ସମ୍ଭବ | ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟକ ଜାଣିବେ , ସେତେବେଳେ ମୈତ୍ରୀର ଧ୍ବଜା  ଉଡିବା | ବର୍ତ୍ତମାନ ଜାତିସଂଘ  ତାର ସୂତ୍ରପାତ କରିଛି ମାତ୍ର ବର୍ତ୍ତମାନ ଏହି ସଂଘର କାର୍ଯ୍ୟପ୍ରଣାଲୀ ସମସ୍ତେ ମାନୁ ନାହାନ୍ତି , ତଥାପି ଆଶା କରାଯାଏ ଯେ ଭବିଷ୍ୟତରେ ଯେତେବେଳେ ସମସ୍ତେ ନିଜ ନିଜ ପ୍ରତି କର୍ତ୍ତବ୍ୟ ବୁଝି ପାରିବେ , ସେତେବେଳେ ଏ ସବୁ ଅନର୍ଥ ଦୃଷ୍ଟି ଗଛର ହେବ ନାହିଁ | ବିଜ୍ଞାନର ଏହି ବିସ୍ଫାରକ ଓ ମାରାତ୍ମକ ଗ୍ୟାସ ବଳରେ ଅଶେଷ କ୍ଷତି ହେଉଥିଲେହେଁ ସେମାନଙ୍କ ବଳରେ ଅନେକ ବିଶ୍ୱ ହିତକର କାର୍ଯ୍ୟ ସାଧିତ ହେଉଅଛି | ଦିନାମାଇଟ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗ ଗିରି ଫଟାଇ ନିଜର ଇପ୍ସିତ କାର୍ଯ୍ୟ ଅକ୍ଳେଶରେ ସାଧନା କରାଯାଇ ପାରୁଛି | ବିଭିନ୍ନ ସାମୟିକ ପଦାର୍ଥ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ପ୍ରଭୃତି ନଷ୍ଟ କରାଯାଇପାରୁଛି | ସେମାନଙ୍କର ଅପକାରିତା ମାନବର ଜ୍ଞାନର  ଅଜ୍ଞାତ ଯୋଗୁଁ ହିଁ ସଂଘଟିତ ହେଉଅଛି , ବିଜ୍ଞାନ ବଳରେ ନୁହେଁ |   

ଧର୍ମ ଭାବ ଓ ଈଶ୍ୱର  ବିଶ୍ୱାସ ବିଜ୍ଞାନ କମାଇ ଦେଇଛି ବୋଲି ଅନେକ ଅଭିଯୋଗ କରିଥାନ୍ତି | ମାତ୍ର ମସ୍ତବରେ କା ‘ଣ ହୋଇଛି ଦେଖାଯାଉ | ଯେଉଁମାନେ ଉଲ୍ଲିଖିତ ମତ ପୋଷଣ କରନ୍ତି , ସେମାନେ ପ୍ରାଚୀନ ସଭ୍ୟତାକୁ ନିଜର ଆଦର୍ଶ ବୋଲି ଧରି ନେଇ ନିଶ୍ଚିତ ଅଛନ୍ତି ଯେ, ଈଶ୍ୱର ବିଦ୍ୟମାନ ଓ ତାଙ୍କଠାରେ ବିଶ୍ୱାସ ସ୍ଥାପନ କର୍ତ୍ତବ୍ୟ | ମାତ୍ର ବର୍ତ୍ତମାନର ସଭ୍ୟତା  ଗତିପଥରେ ଅବସ୍ଥିତ | ତାହା ଲାଭ କରିବାକୁ ଅମ୍ଭେମେନେ  ଅତୀତ ଅଭିଜ୍ଞତାର ସାହାଯ୍ୟ ନେଇଥାଇନ 

 , ମାତ୍ର ଅତୀତ କଥାକୁ ମାନି ନେଇ ନ ଥା ଇଂ , ଆମ୍ଭେମାନେ ବିଜ୍ଞାନ ବଳରେ ସେହି ବିରାଟ ଶକ୍ତିର କଳନା କରିବାକୁ ଯୈଠାଇଁ , ତେଣୁ ପ୍ରଥମେ ତାହାର ଉପସ୍ଥିତି କାହିଁକି ବିଶ୍ୱାସ କରିନେବୁଁ ?  ଏହି ଯୋଗୁଁ ଯାହା ଧର୍ମ ଭାବର ସାଇଥିଲ୍ୟ ଓ ଈଶ୍ୱର ବିଶ୍ଵାସର ଅପଚୟ ହୋଇଛି କିନ୍ତୁ ଅପର ଦିଗକୁ ଦୃଷ୍ଟି ଦେଲେ ଆମ୍ଭେମାନେ ଦେଖିବା ଯେ , ବିଜ୍ଞାନର ଅନୁଶୀଳନ ରେ ଆମ୍ଭେମାନେ ସର୍ବତ୍ର ଶକ୍ତିର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଇଁ ଜୀବନ୍ତରେ ଥିବା ଶକ୍ତି ଏହି ଶକ୍ତିର ଏକଟମ ଅବସ୍ଥା ଏଣୁ ଏହି ଶକ୍ତି କଣା , ତାହାର ଜଡ଼ ଓ ଜୀବନ୍ତ ସହିତ କି ସମ୍ପର୍କ ତାହା ଆମ୍ଭେମାନେ ଜାଣିବା ପାଇଁ ଚେଷ୍ଟିତ ଥାଇଁ ଏପରି ସ୍ଥଳେ ଆମ୍ଭମାନଙ୍କର ଧର୍ମଭାବ କମି ଯାଇଛି ବୋଲି କହିବା ସମ୍ପୂର୍ଣ୍ଣ ଅଯୌକ୍ତିକ ବରଂ ଏହା ବୋଲାଯାଇପରେଜେ ଆମ୍ଭେମାନେ ଏହି ଧର୍ମର ଅନୁସନ୍ଧାନରେ ନିୟୋଜିତ, ଯଦି ଦୃଷ୍ଟି ରହସ୍ୟ ଭେଦ କରିବା ଧର୍ମ ପଦବଚ୍ୟ ହୋଇଥାଏ ଆମ୍ଭମାନଙ୍କର ପ୍ରାଚୀନ ଧର୍ମ ଭାବ ର ସୈଥିଲ୍ୟ ଦେଖି ଯଦି ଲୋକେ ବିଚଳିତ ହେଉଛନ୍ତି , ତାହାହେଲେ ଆମ୍ଭେମାନେ ଯେ ପ୍ରାଚୀନ ପ୍ରଥା ଅନେକ ଚଡ଼ିଦେଇଁ ଅଛୁଁ , ତାହା ପାଇଁ ସେମାନଙ୍କର ବିଚଳିତ ହେବ ତା ଦେଖ ନାହିଁ ? ଏଣୁ ଆମ୍ଭେମାନେ କାହୁଁ, ଯେତେବେଳେ ଆମ୍ଭେମାନେ ଏକ ନୂତନ ପଥର ଅନୁସନ୍ଧାନରେ ନିଯୁକ୍ତ ସେତେବେଳେ ଆମ୍ଭମାନଙ୍କୁ ଅର୍ଦ୍ଧପଥରେ ନୈରାଶ୍ୟ ଜର୍ଜରିତ ନ କରି , ପ୍ରାଚୀନ ପଥାଦେଇ ଅଗ୍ରସର ହେବା ପାଇଁ ଉପଦେଶ ନ ଦେଇ , ଆମ୍ଭେମାନେ ନୂତନ ପଥରେ କେତେଦୂର ସଫଳ କାମ ହୋଇ ପରୁଥାଇଁ, ତାହା ହିଁ ଦେଖିବା ଉଚିତ୍ ଓ ଶେଷ ସୀମାରେ ପହଞ୍ଚିବା ପାଇଁ ଚେଷ୍ଟିତ ହେବ ଆବଶ୍ୟକ

ଅବଶ୍ୟ ଅଧୁନିକବୈଜ୍ଞିକ ପ୍ରଣାଳୀର ଅନୁଗାମୀ ବିଭିନ୍ନ ରୀତିନୀତି ଶିକ୍ଷା ସଭ୍ୟତାର କେତେକ ପରିମାଣରେ ଦୋଷ ଥାଇପାରେ , ମାତ୍ର ତାହାର ସଂଶୋଧନ କରଣୀୟ ଅନେକ ବିଷୟରେ ଅଜ୍ଞାତ ଆମ୍ଭମାନଙ୍କର କଲ୍ୟାଣକର ବୋଲି ଅନେକେ ବିଚାରି ଥାନ୍ତି ମାତ୍ର ସେମାନଙ୍କର ମନେ ରଖିବା ଉଚିତ, ଯେଉଁ ଘରଟିରେ ତାଲା ଦେଇ ବାରଣ କରିଦିଆଯାଏ ଯେ ତାହା ଖୋଲିବ ନାହିଁ , ତାହାକୁହିଁ ଖୋଲିବ ପାଇଁ କୌତୁହଳ ଜନ୍ମିଥାଏ E ବିଷୟରେ ସୁବିଧା ବାଟ ହେଉଛି ତାଲଟି ଖୋଲି ତାହାର ଅପକାରିତା ଦେଖାଇ ଦେଇ ସେଥିରୁ ରକ୍ଷା ପାଇବାର ଉପାୟ ନିରୂପଣ କରିବା ଉଚିତ୍ ବର୍ତ୍ତମାନର ବିଜ୍ଞାନ ତାହାହିଁ କରିଛି ଯାବତୀୟ ବିଷୟରେ ନିଜର ଜ୍ଞାନଲାଭ ରେ ନିଜର ସଭ୍ୟତାର ଭିତ୍ତି ସ୍ଥାପନ ପାଇଁ ଆଧୁନିକ ମାନବ ଚେଷ୍ଟିତ ଯେତେବେଳେ ଆମ୍ଭେମାନେ ସମସ୍ତ ବିଷୟ ଜାଣିପାରି ବା , ଯେତେବେଳେ ପର୍ବତ ଶିଖରରେ ପହଞ୍ଚି ପାରିବା , ସେତେବେଳେ ବିଜ୍ଞାନର ଅନ୍ଧକାର ଦିଗଟି ଅପସାରିତ ହୋଇଯିବ, ରହିବା ଆଲୋକମୟ ପ୍ରଭାବ

       ଦେଖିବାକୁ ଗଲେ ପ୍ରାଚୀନ ସଭ୍ୟତା ମଧ୍ୟ ଏହି ବିଜ୍ଞାନକୁପାଠ ପ୍ରଦର୍ଶକ ବୋଲି ଧରି ନେଇଥିଲା ତତ୍କାଳୀନ କେତେକ ଲୋକେ କେତେକ ବିଷୟରେହିଁ ଜ୍ଞାନ ଲାଭ କରିଥିଲେ , ଅପର କେତେକ ବିଷୟ ପାରିନଥିଲେ ପାର୍ଥକ୍ୟହି ହେଉଛି ଏହିଠାରେ

ଏଣୁ ଆମ୍ଭେମାନେ କହିବାକୁ ଚାହୁଁ ଯେ ଆଧୁନିକ ସଭ୍ୟତା ତାର ଲକ୍ଷାପଥରେ ପହଞ୍ଚିବା ପାଇଁ ସେ ବିଜ୍ଞାନକୁ ପଥ ପ୍ରଦର୍ଶକ ରୁଇ ବରଣବ କରି ନେଇଅଛି ତାହାରି ବଳରେ ଯେ ଆମ୍ଭେମାନେ ଅନେକ ଦୂର ଅଗ୍ରସର ହୋଇଥାଇଁନ ତାହା ସମସ୍ତେ ଦେଖି ପାରୁଥିବେ ଯେଉଁ ଗୁଡ଼ିକ ପଥ ପ୍ରଦର୍ଶକ ର ଦୋଷ ରୂପେ ବର୍ଣ୍ଣିତ ହେଉଛି, ସେଗୁଡିକ ବାସ୍ତବରେ ପାରିପାର୍ଶ୍ବିକ ପଦାର୍ଥମାନଙ୍କର ରୁ ଜାତ, ସେଥିରେ ବିଜ୍ଞାନର ଦୋଷ ନାହିଁ ଆମ୍ଭେମାନେ ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମନକୁ ଦେଖିଲେ ଦେଖୁଥାଇ ଯେ , ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ସଭ୍ୟତା ଅନ୍ୱେଷଣରେ ବାଟ ଦେଖାଇ ଆସିଅଛି ଏଣୁ ଆମ୍ଭେମାନେ ଦିନେ ସେହି ପଥ ପ୍ରଦର୍ଶକ ସାହାଯ୍ୟରେ ଯାବତୀୟ ବିଷୟରେ ସର୍ବାଙ୍ଗୀନ ଉନ୍ନତି ଓ  ଜ୍ଞାନ ଲାଭ କରି ଏକ ଅଲୌକିକ ସଭ୍ୟତାର ଅଧିକାରୀ ହୋଇପାରିବ ବୁ ବୋଲି ପୂର୍ଣ୍ଣ ଆଶା ପୋଷଣ କରୁଁ

Scroll to Top