ଚିଲିକାରେ ସାୟନ୍ତନ ଦୃଶ୍ୟ

ପ୍ରାଚୀ-ମୂଳ ଏବେ ମୀନ ଜୀବି–ନାବେ
ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ ।

ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ
ନିଜ ଗୃହ କଥା ଭାବି ଏକଧ୍ୟାନେ ,

ଭାଲେରି ଶିଖରେ ସନ୍ଧ୍ୟା-ତାରା ଦେଖି

ଆସନ୍ତି ପଟିକା ମହୋଲ୍ଲାସେ ଟେକି

ଭାଲେରି ଶିଖରେ ସନ୍ଧ୍ୟା-ତାରା ଦେଖି

ଆସନ୍ତି ପଟିକା ମହୋଲ୍ଲାସେ ଟେକି

ଭାଲେରି ଶିଖରେ ସନ୍ଧ୍ୟା-ତାରା ଦେଖି
ଆସନ୍ତି ପଟିକା ମହୋଲ୍ଲାସେ ଟେକି

ତାଙ୍କ କଣ୍ଠୁ-କବିସୂର୍ଯ୍ୟ-ଗୀତାମୃତ
ଦୂରୁଁ ବହିଆଣେ ଚିଲିକା ମାରୁତ ।

ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ–ନୀଳ–ବକ୍ଷେ କରେ ଅଧିଷ୍ଠାନ ।

ହସନ୍ତି ଚୌଦିଗେ ମଧୁର – ହାସିନୀ
ଦିଗଙ୍ଗନା ଜ୍ୟୋତ୍ସ୍ନା–ଦୁକୂଳ–ବାସିନୀ ।

ଭାବାନ୍ତର ପୁଣି କ୍ଷଣକରେ ଜାତ,
“ ଗଲାଣିତ କଥା ଗଲାରେ ସଙ୍ଗାତ “।

ସଙ୍ଗୀତ ଆବେଶ ନାନାରୂପେ ମନ
ଅତୀନ୍ଦ୍ରିୟଦେଶେ କରେ ବିଚରଣ ।

ଭାଲେରି ଶିଖରେ ସନ୍ଧ୍ୟା-ତାରା ଦେଖି
ଆସନ୍ତି ପଟିକା ମହୋଲ୍ଲାସେ ଟେକି

jguigu

ତାଙ୍କ କଣ୍ଠୁ-କବିସୂର୍ଯ୍ୟ-ଗୀତାମୃତ
ଦୂରୁଁ ବହିଆଣେ ଚିଲିକା ମାରୁତ ।

ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ–ନୀଳ–ବକ୍ଷେ କରେ ଅଧିଷ୍ଠାନ ।

ହସନ୍ତି ଚୌଦିଗେ ମଧୁର – ହାସିନୀ
ଦିଗଙ୍ଗନା ଜ୍ୟୋତ୍ସ୍ନା–ଦୁକୂଳ–ବାସିନୀ ।

ଭାବାନ୍ତର ପୁଣି କ୍ଷଣକରେ ଜାତ,
“ ଗଲାଣିତ କଥା ଗଲାରେ ସଙ୍ଗାତ “।

ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି
ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ ।

ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳଭୁବନେ ।

ତୁମ୍ଭ ମାଟି–ଦେହ ଗ୍ରାସିଛି ଶ୍ମଶାନ
ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ !

ମୀନ- ଆକର୍ଷଣ – ଆଶେ ପୋତପାଳ
ତରଣୀରେ ଜାଳି ଦେଲାଣି ମଶାଲ ।

ଭବେ ପାପମୂର୍ତ୍ତି ପରି ଅଟଇ ସେ
ସ୍ପର୍ଶେ ମାରାତ୍ମକ , ରୂପେ ରମ୍ୟ ଦିଶେ।

ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ
ତରୀ–ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ ।

ତରଙ୍ଗେ ଦୋହଲି ଦୋହଲି ବୋଇତ
ଥରେ ଦିଶେ, ଥରେ ହୁଏ ଅନ୍ତର୍ହିତ ।

ଦୁଃଖିମନେ ଆଶା ଉତ୍ଥାନ ପତନ,
ପ୍ରାୟେ ଶିଖା ଉଠେ ପଡ଼େ ଘନ ଘନ ।

ନିଶାଗମେ କ୍ରମେ ଲୋକ–କୋଳାହଳ
ନିବର୍ତ୍ତି ଅବନୀ ହେଉଛି ନିଶ୍ଚଳ ।

ଜଳ ସ୍ଥଳ ନଭଃ- ଜ୍ୟୋତ୍ସ୍ନା–ପରିପ୍ଲୁତ
ସୃଷ୍ଟି ଦିଶେ ଯେହ୍ନେ ପାରଦ-ଧଉତ ।

ପ୍ରତିବିମ୍ବରାଜି ଦ୍ୱୀପ–ଶୈଳ–ତଳେ
ସ୍ପଷ୍ଟାକାରେ ଶୋଭେ ହ୍ରଦ-ଅନ୍ତସ୍ତଳେ ।

କ୍ଷୀରୋଦ–ସୋଦର–ଜ୍ୟୋତ୍ସାର୍ଣ୍ୱବେ ଭାସି
ଦିଶନ୍ତି ବିଶଦ ଗିରି,ବନ,ନାସି !

ସ୍ନିଗ୍ଧ ତରୁପତ୍ରେ , ମସୃଣ ଉପଳେ
ଜକଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ ।

ସର୍ପ ଚିତ୍ର ଚନ୍ଦ୍ରଚୂଡ଼-ତନୁ ଭଳି
ଛାୟା–ମିଶ୍ର–କରେ ଶୋଭେ ବନସ୍ଥଳି ।

ପ୍ରଶାନ୍ତ , ନୀରବ ଗିରି ବନଦେଶ
ନାହିଁ ଏଥି ନର ଚହଳର ଲେଶ ।

ଦୂର ଝରନାଦ,ଝିଙ୍କାରି–ଝଙ୍କାର
କରେ ନିଶୀଥିନୀ–ପ୍ରଭାବ ପ୍ରଚାର ।

କଳି ଉପଦ୍ରବେ ତ୍ୟଜି ଲୋକାଳୟ
ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ ?

ଚିଲିକା ! ତୋହର ଏହି ଶୋଭାବନ
ବର୍ଣ୍ୱୋତ୍ସବମୟ ଦୃଶ୍ୟ ସାୟନ୍ତନ ।

Scroll to Top